ରେଳ ଲାଇନ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର : ପାଖରେ ପଡିଛି ଭ୍ୟାନିଟି ଓ ଥଣ୍ଡାପାନୀୟ ବୋତଲ, ହତ୍ୟା ସନ୍ଦେହ

Published By : Prameya-News7 Bureau | April 13, 2019 IST

ଖୋର୍ଦ୍ଧା ୧୩|୪: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଅଟ୍ରି ଉଷ୍ଣପ୍ରସବଣ ନିକଟବର୍ତ୍ତୀ କରଡଗାଡିଆ ରେଳ ଲାଇନ୍‌ରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ କେହି ଦୁଷ୍କର୍ମ କରି ରେଳ ଲାଇନ୍‌ରେ ପକାଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

{"id":103078}

ରେଳ ଧାରଣା ପାଖରେ ଏକ ଅଧା ବୋତଲ ଥଣ୍ଡା ପାନୀୟ ସହ ସହ ବିଷ ବୋତଲ, ଚପଲ, ଭାନିଟି ବ୍ୟାଗ୍ ଖୋଲା ହୋଇପଡିଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ସଦର ଥାନା ପୋଲିସ ଶବଙ୍କୁ ଜବତ କରି ଖୋର୍ଦ୍ଧା  ଜିଲ୍ଲା ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ଅନୁସନ୍ଧାନ ଜାରି ରଖିଛି । ପାରିପାର୍ଶ୍ବିକ ସ୍ଥିତି ଅନୁସନ୍ଧାନ କଲେ ଜଣାପଡୁଛି ମହିଳାଙ୍କୁ  କେହି ହତ୍ୟା କରିଛି।

{"id":103079}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.