Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଓଡିଶା ଆସିବ ନେପାଳ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡିଆଙ୍କ ମୃତଦେହ

ଡେଲାଙ୍ଗ ୧୩|୬: ନେପାଳ କାଠମାଣ୍ଡୁ ବସ୍ ଦୁର୍ଘଟଣା ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ମୃତଦେହ ଆଜି ଓଡ଼ିଶା ଆସୁଛି । ଡେଲାଙ୍ଗ ଥାନା ଅନ୍ତର୍ଗତ ଯମୁନା ଗାଁର ବିଜୟ ଜେନା ଓ ଖୋର୍ଦ୍ଧା ମଳିପଡା ଗାଁର ଚରଣ ବିଶ୍ବାଳଙ୍କ ମୃତଦେହ ଓଡ଼ିଶାରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୂର୍ବରୁ ବିଜୟଙ୍କ ନେତୃତ୍ବରେ ଖୋର୍ଦ୍ଧା ଓ ଡେଲାଙ୍ଗ ଅଞ୍ଚଳରୁ ୬୦ ଜଣ ନେପାଳ ବୁଲିବାକୁ ଯାଇଥିଲେ । କାଠମାଣ୍ଡୁର ଏକ ସ୍ଥାନରେ ସେମାନଙ୍କ ବସ୍ କୁ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ , ୪୦ରୁ ଅଧିକ ଆହତ ହୋଇଥିଲେ ।

125 Views

   ସମ୍ବନ୍ଧିତ ଖବର