Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଇଞ୍ଜିନିୟରିଂ ଛାତ୍ରୀଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର

9/01/2020 at 10:46 AM

ଭୁବନେଶ୍ୱର ୦୯।୦୧ – ଭୁବନେଶ୍ୱରରେ ଥିବା ଏକ ସରକାରୀ ଇଞ୍ଜିନିୟରିଂ ଛାତ୍ରୀ ନିଜର ହଷ୍ଟେଲରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରୁପ୍ରାଞ୍ଜିତା ଦାସ ଏକ ସରକାରୀ ଇଞ୍ଜିନିୟରିଂ କଲେଜର ଡିପ୍ଲୋମା ଛାତ୍ରୀ ଥିଲେ । ସେ ସକାଳେ କ୍ଲାସ କରିବାକୁ ନଯାଇ ରୁମ୍‌ରେ ରହିଥିଲେ। ଏହାପରେ ତାଙ୍କର ସାଥୀମାନେ ଫେରିବାରୁ କବାଟ ବନ୍ଦ ଥିବା ଦେଖିଥିଲେ।

କବାଟ ବାଡେଇବାରୁ ସେ ଖୋଲି ନଥିଲେ । ପରେ କଲେଜ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଚନ୍ଦ୍ର ଶେଖରପୁର ଥାନାକୁ ଏହି କଥା ଜଣାଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିଥିଲା । ଛାତ୍ରୀ ଜଣଙ୍କ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟାକରିଥିବା ଦେଖିବାକୁ ମିଳିଥିଲା ।

ପୁଲିସ ଏହି ଘଟଣାର ତଦନ୍ତ କରୁଛି। କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ପୁଲିସ ସେ ବିଷୟରେ ଅନୁସନ୍ଧାନ ଚଲାଇଛି ।

   Related Posts