Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମାଳିସାହିରୁ ଦେହଜୀବୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

29/03/2019 at 11:40 AM

ଭୁବନେଶ୍ବର ୨୯|୩ :  ଭୁବନେଶ୍ବର ଖାରବେଳନଗର ଥାନା ଅଞ୍ଚଳ ମାଳିସାହିରୁ ଜଣେ ଦେହଜୀବୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ହେଉଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ସୂଚନା ଅନୁସାରେ ମୃତ ଦେହଜୀବୀ ହେଉଛନ୍ତି ପଶ୍ଚିମବଙ୍ଗର । ପ୍ରେମିକଙ୍କ ସହ ସେ ଘରୁ ଲୁଚି ମାସେ ତଳେ ଭୁବନେଶ୍ବର ପଳାଇ ଆସିଥିଲେ । ଏଠାରେ ଉଭୟେ ବେଶ୍ କିଛି ଦିନ ଏକାଠି ଏକ ବସ୍ତିରେ ଘରଭଡ଼ା ନେଇ ରହଥିଲେ । ସଂପୃକ୍ତ ଦେହଜୀବୀଙ୍କୁ ବାହା ହେବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ପ୍ରେମିକ । ହେଲେ ବିବାହ ନକରି ମାଳିସାହିର ଜଣେ ଦଲାଲ୍‌ଙ୍କୁ କେଇ ହଜାର ଟଙ୍କା ମୂଲ୍ୟରେ ବିକି ଦେଇଥିଲେ ।

ତାଙ୍କୁ ସେଠାରେ ଦେହବେପାର କରିବାକୁ ବାଧ୍ୟ କରାଯାଇଥିଲା । ସେ ଅରାଜି ସତ୍ତ୍ବେ ସେଠାକାର ରାଣୀ ମହୁମାଛି ଓ ଦଲାଲ୍‌ ଜବରଦସ୍ତି ତାଙ୍କୁ ଦେହଜୀବୀ ସଜାଇ ଦେଇଥିଲେ । ହେଲେ ପ୍ରେମିକଙ୍କ ଧୋକାକୁ ସେ ସହି ପାରନଥିଲେ । ମାଳିସାହିର ଏକ ଘରେ ତାଙ୍କ ମୃତଶରୀର ଏକ ଖଟଉପରେ ପଡ଼ିଥିବା ଦେଖାଯାଇଥିଲା । ଖବର ପାଇ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ଜବତ କରିଛି । ଘଟଣାସଳ୍ଥରୁ ତାଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛି । ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ଉପରେ ପୋଲିସ ତଦନ୍ତ ଚଳାଇଛି । ଏହି ଘଟଣାରେ ମାଳିସାହିର ୨ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି ।

   Related Posts