Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କେନାଲରୁ ମିଳିଲା ଗ୍ଲାମରସ୍ ଲାଇଫ୍ ବଞ୍ଚୁଥିବା ମଡେଲଙ୍କ ଶବ : ପଥରରେ ବନ୍ଧା ହୋଇଥିଲା ଶବ

27/03/2019 at 6:24 PM

ଧମତରୀ ୨୭/୩: ଛତିଶଗଡ଼ର ସିଞ୍ଚାଇ କେନାଲରୁ ଗତକାଲି ଜଣେ ଯୁବତୀଙ୍କ ଶବ ମିଳିଛି। ଯୁବତୀଙ୍କ ହାତରେ ହୋଇଥିବା ଟାଟୁରୁ ତାଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଆଞ୍ଚଲ ଯାଦବ। ଗ୍ଲାମରସ୍ ଲାଇଫ ବଞ୍ଚୁଥିବା ଆଞ୍ଚଲ୍ ଅନେକ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲେ।  ଅଶ୍ଳୀଳ ଭିଡିଓ ଜରିଆରେ ଏକ ରେଞ୍ଜରଙ୍କୁ ବ୍ଲାକମେଲ୍ କରିବା ଅଭିଯୋଗରେ ସେ ଆଗରୁ ଜେଲ୍ ଯାଇଥିଲେ।

ମୃତା ଯୁବତୀ ଏକ ଘରୋଇ କମ୍ପାନୀରେ ବୀମା ଏଜେଣ୍ଟ୍ ଥିଲେ। ସେ ମଡେଲିଂ ମଧ୍ୟ କରୁଥିଲେ। ସହରର ପେଜ୍ ଥ୍ରୀ ସର୍କିଟର ବଡ଼ ବଡ଼ ପାର୍ଟି ଏବଂ କ୍ଲବରେ ସେ ପ୍ରାୟ ନଜର ଆସୁଥିଲେ। ଗ୍ଲାମରସ୍ ଲାଇଫ୍ ସହ ତାଙ୍କୁ ଦାମୀ କାରର ମଧ୍ୟ ସଉକ ଥିଲା।

୨୦୧୪ମସିହାରେ ପୋଲିସ୍ ଆଞ୍ଚଲଙ୍କୁ ଜଣେ ରେଞ୍ଜରଙ୍କୁ ଅଶ୍ଳୀଳ ଭିଡିଓ ମାଧ୍ୟମରେ ବ୍ଲାକମେଲ୍ କରିବା ଅଭିଯୋଗରେ ଜେଲ୍ ପଠାଇଥିଲେ। ୨୦୧୪ମସିହା ମାମଲା ପରେ ଆଞ୍ଚଲ ରାୟପୁର ଛାଡ଼ି ଦେଇଥିଲେ। ଧମତରୀ ଏବଂ ରାୟପୁରରେ ତାଙ୍କର ରାଜକୀୟ ଘର ରହିଛି। ଏବେ ସେ କେଉଁଠି ରହୁଥିଲେ ଏହି ବିଷୟରେ କୈାଣସି ସୂଚନା ମିଳିନାହିଁ।

ଶୁଣିବାକୁ ମିଳୁଛି ଯେ ମୃତା ଆଞ୍ଚଲ୍ ଧମତରୀର ବିବେକାନନ୍ଦ କଲୋନୀରେ ରହୁଥିଲେ। ଏହି ଯୁବତୀଙ୍କୁ ହତ୍ୟା କରାଯାଇଛି କାରଣ ତାଙ୍କ ହାତ,ଗୋଡ଼ ଏବଂ ବେକକୁ ଏକ ଦଉଡ଼ିରେ ବନ୍ଧା ଯାଇଛି। ଏହା ସହିତ ପେଟରେ ଛୁରୀ ଭୁଷାଯାଇଥିବାର ଚିହ୍ନ ଦେଖିବାକୁ ମିଳିଛି।

ଗତକାଲି ସକାଳ ୯ଟାବେଳେ ଗୁରୁର ବ୍ଲକର ଏକ କେନାଲରୁ ଆଞ୍ଚଲଙ୍କ ଶବ ମିଳିଥିଲା। ଶବକୁ ପଥରରେ ବନ୍ଧା ଯାଇଥିଲା ଯାହା ଦ୍ବାରା ଏହା ପାଣିରେ ବୁଡ଼ି ରହେ।

ଆଞ୍ଚଲଙ୍କ ବାମ ହାତରେ ଏକ ଟାଟୁ ରହିଥିଲା। ପୋଲିସ୍ କର୍ମଚାରୀ ତାଙ୍କ ଫଟୋ ହ୍ବାଟସଆପ୍ ଜରିଆରେ ତାଙ୍କ ଫଟୋ ସୋଶିଆଲ ମିଡିଆରେ ଛାଡ଼ିବାରୁ ତାଙ୍କ ପରିଚୟ ମିଳିଥିଲା।   

   Related Posts