Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ତିନି ଦିନ ତଳୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

5/06/2019 at 10:28 AM

ବାଙ୍କୀ ୫|୬: ଗତ ୩ ଦିନ ହେବ ନିଖୋଜ ଥିବା ବାଙ୍କୀ ଥାନା କରବର ଗ୍ରାମର କବି ବେହେରାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ଡମପଡା ଅଗ୍ନିଶମ ବିଭାଗ କର୍ମଚାରୀ ।ପରେ ମୃତଦେହ ଥାନାକୁ ହସ୍ତାନ୍ତର କରାଯାଇଛି । ମୃତ କବି ବେହେରା ତିନିଦିନ ତଳେ ଘରୁ କେଉଁଆଡେ ଚାଲିଯାଇ ଫେରିନଥିବାବେଳେ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ପରିବାର ଲୋକେ ବହୁ ଖୋଜାଖୋଜା କରିବାରୁ ମହାନଦୀପଠାରେ ମୃତକଙ୍କ କିଛି ସାମଗ୍ରୀ ତଥା ଚପଲ ଓ ବସ୍ତ୍ର ଦେଖି ଖବର ଦେଇଥିଲେ ଅଗ୍ନିଶମ ବିଭାଗକୁ ।ହେଲେ ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ କିଛି ସୁରଗ ମିଳିନଥିଲା । ଜଣାପଡିଛି କରବର ଗ୍ରାମର କବି ବେହେରା ଗତ ତିନି ଦିନ ତଳେ ମହନଦୀକୁ ଗାଧୋଇବାକୁ ଯାଇ ଘରକୁ ଫେରିନଥିବାବେଳେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ଆଜି କରବର ଗ୍ରାମ ଲୋକେ ଖୋଜାଖୋଜି କରିବାରେ ଜାତମୁଣ୍ଡିଆ ମହାନଦୀ ନଦୀପଠାରୁ ମୃତଦେହ ଉଦ୍ଧାର କରାଯାଇଛି ।ଏନେଇ ପୋଲିସର ତଦନ୍ତ ଜାରି ରହିଛି।ସେପଟେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକଥା ଜଣାପଡିବ ବୋଲି ବାଙ୍କୀ ଥାନା ଅଧିକାରୀ କହିଛନ୍ତି ।

   Related Posts