Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ନୂଆଦିଲ୍ଲୀରେ ପହଞ୍ଚିଲା ସହିଦଙ୍କ ପାର୍ଥିବ ଶରୀର, ପ୍ରଧାନମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳି

15/02/2019 at 8:05 PM

ନୂଆଦିଲ୍ଲୀ ୧୫|୨:ସହିଦ ଯବାନମାନଙ୍କ ପାର୍ଥୀବ ଶରୀର ଶ୍ରୀନଗରରୁ ସ୍ବତନ୍ତ୍ର ବିମାନଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀଠାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ ।ଦିଲ୍ଲୀ ପାଲାମ ବିମାନ ବନ୍ଧରଠାରେ ସହିଦଙ୍କ ପାର୍ଥୀବ ଶରୀର ରଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ , ପ୍ରତିରକ୍ଷାମନ୍ତ୍ରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ସେନାମୁଖ୍ୟ, ବହୁ ବରିଷ୍ଠ ମନ୍ତ୍ରୀ ମଧ୍ୟ ସହିଦଙ୍କୁ ସମ୍ମାନ ପ୍ରଦର୍ଶନ କରିବେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ସହିଦଙ୍କୁ ଏଠାରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯିବ ।

ସେହିଭଳି ଆସନ୍ତା କାଲି ରାଜ୍ୟର ସମସ୍ତ ସ୍କୁଲରେ ଦୁଇ ମିନିଟ ପାଇଁ ନୀରବ ପ୍ରାର୍ଥନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତ୍ମଘାତୀ ବିସ୍ଫୋରଣରେ ଓଡିଶାର ଦୁଇଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି ।ସେମାନଙ୍କ ପାର୍ଥୀବ ଶରୀର ଆସନ୍ତା କାଲି ଓଡିଶାରେ ପହଞ୍ଚିବ ।  

ଆସନ୍ତାକାଲି ଏ ପ୍ରସଂଗରେ ଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ବସିବ । ସମଗ୍ର ଦେଶରେ ଏହି ଘଟଣାକୁ ନେଇ ସାଧାରଣ ଲୋକେ ଉତ୍ୟକ୍ତ ହୋଇ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।  

   Related Posts