ମୁଣ୍ଡଳୀ ପାଖରୁ ଭାସି ଯାଇଥିବା ହାତୀର ମିଳିଲା ମୃତଦେହ, ସାତବାଟିଆରୁ ହେଲା ଉଦ୍ଧାର

Published By : Prameya-News7 Bureau | September 26, 2021 IST

 କଟକ, ୨୬/୦୯: ଗତ ଶୁକ୍ରବାର ମୁଣ୍ଡଳୀ ବ୍ୟାରେଜ୍‌ରୁ ଭାସି ଯାଇଥିବା ଦନ୍ତା ହାତୀର ମୃତଦେହ ଆଜି ମଳିଛି । ଜଗତପୁର ନିକଟ ସାତବାଟିଆରୁ ହାତୀଟିର ମୃତ ଦେହ ମିଳିଛି । ଆଜି ଜୋବ୍ରା ଆନିକଟ୍‌ ନିକଟରେ ମୃତଦେହଟି ଲାଗିଥିବା ଦେଖିବାକୁ ମିଳିଥିଲା ।

ରବିବାର ସକାଳେ କଟକ ଯୋବ୍ରା ଆନିକଟରୁ ଏକ ହାତୀର ମୃତ ଦେହ ଠାବ ହୋଇଥିଲା । ଯୋବ୍ରା ଆନିକଟ ୨୪ ନମ୍ବର ଗେଟ୍ ରେ ମୃତଦେହଟି ଲାଗିଥିଲା । ହାତୀର ଗୋଡ ଦେଖାଯାଉଥିବା ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଥିଲା । ତେବେ ମୃତ ହାତୀଟି ମୁଣ୍ଡଳୀରୁ ଭାସି ଆସିଥିବା ହାତୀ କି ନୁହେଁ ତାହା ସ୍ପଷ୍ଟ ହୋଇନଥିଲା । ସେନେଇ ଅଧିକ ତଦନ୍ତ କରାଯାଇଥିବା ବେଳେ ଏହା ମୁଣ୍ଡଳୀରୁ ଭାସି ଯାଇଥିବା ଦନ୍ତା ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ହାତୀଟି ମୁଣ୍ଡଳି ବ୍ରିଜ୍ ନିକଟରେ ଫସି ରହିଥିବା ବେଳେ ରାତିରେ ବନ ବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲା । ଜୀବନ ବଞ୍ଚାଇବା ପାଇଁ ମୁଣ୍ଡଳୀ ମହାନଦୀରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ କରିବା ପରେ ହାତୀଟି ବ୍ରିଜ୍ ତଳକୁ ଭାସିଯାଇଥିଲା ବୋଲି କୁହାଯାଉଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.