ଅଙ୍ଗନବାଡି ଦିଦିଙ୍କ ବାକ୍ସରୁ ଶିଶୁ କନ୍ୟାର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
19/10/2019 at 11:25 PM

ସୁନ୍ଦରଗଡ – ସୁନ୍ଦରଗଡ଼ ଧରୱାଡିହି ଘୁମୁଡା ଗାଁରେ ଦୁଃଖଦ ଘଟଣା । ଗାଁର ଇନ୍ଦ୍ରମଣି ସାହାଙ୍କ ୪ ବର୍ଷର ଶିଶୁ କନ୍ୟାର ସଂଦେହଜନକ ମୃତ୍ୟକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଶିଶୁ କନ୍ୟାଟି ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ଆଉ ଫେରନଥିଲା ।
ପରିବାର ଲୋକେ ବହୁ ଖୋଜାଖୋଜି ପରେ ଥାନାରେ ଏଥଲା ଦେଇଥିଲେ । ତେବେ ଗାଁର ଜଣେ ମହିଳା ସଂଧ୍ୟା ନାଗଙ୍କୁ ସଂଦେହରେ ଅଟକ ରଖି ଗାଁ ଲୋକେ ତାଙ୍କ ଘର ସର୍ଚ୍ଚ କରିଥିଲେ । ତାଙ୍କ ସିନ୍ଦୁକରୁ ଶିଶୁ କନ୍ୟାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଡାକ୍ତରଖାନା ନିଆଯାଇଥିଲା ।
କିନ୍ତୁ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ । ଶିଶୁର ଶରୀରରେ କାମୁଡ଼ା ଦାଗ ଥିବା ଜଣାପଡିଛି । ଉତ୍ତ୍ୟକ୍ତ ଲୋକେ ଡାହାଣୀ ସଂଦେହରେ ସଂପୃକ୍ତ ମହିଳାଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଛି । ଘଟଣାର ତଦନ୍ତ ଜାରି ରହିଛି । ପୋଲିସ ସଂପୃକ୍ତ ମହିଳାଙ୍କୁ ଅଟକ ରଖିଛି ।