Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ବିଲ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ପାଖରେ ପଡିଛି ବାଇକ

11/11/2019 at 12:16 PM

ସୋର୧୧|୧୧: ଖଇରା ଥାନା ଅଧିନ ବର୍ତ୍ତନା – ଉଦୟପୁର ରାସ୍ତା କଡ଼ ଧାନ ବିଲରୁ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି ଖଇରା ପୋଲିସ। ଘଟଣାରୁ ପ୍ରକାଶ ଯେ ଉଦୟପୁର ରାସ୍ତା କଡରେ ଥିବା ଧାନ ବିଲରେ ଗୋଟିଏ ବାଇକ ସହିତ ଜଣେ ଯୁବକ ମୁହଁ ମାଡ଼ି ପଡିଥିବାର ସ୍ଥାନୀୟ ଗ୍ରାମବାସୀମାନେ ଦେଖି ଖଇରା ଥାନାକୁ ଖବର ଦେଇଥିଲେ।

ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ସହିତ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖଇରା ମେଡିକାଲକୁ ଆଣିଥିଲେ । ମୃତ ଯୁବକଙ୍କ ପାଖରୁ ମିଳିଥିବା ଆଧାର କାର୍ଡ ଅନୁସାରେ ଯୁବକଙ୍କ ଘର ଭଦ୍ରକ ଜିଲ୍ଲା କୁସୁନନଗର ଗ୍ରାମରେ । ସେ  କୃଷ୍ଣ ପାଲଙ୍କ ପୁଅ ଗଣେଶ ପାଲ ବୋଲି ଜଣାପଡିଛି। ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଖଇରା ପୋଲିସ ପରିବାର ଲୋକଙ୍କୁ ଖବର ଦେବା ସହିତ ତଦନ୍ତ ଜାରି ରଖିଛି।

   Related Posts