Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ, କୋଚିଂ ସେଣ୍ଟରକୁ ରୋଷେଇ କରିବାକୁ ଯାଇ ଫେରିନଥିଲେ

11/09/2019 at 5:10 PM

ଉଦଳା୧୧|୯: ଗ୍ରାମ ରାସ୍ତାରେ ପଡିଥିବା ଜଣେ ଯୁବକଙ୍କ ମୃତଦେହକୁ ପୋଲିସ୍ ଉଦ୍ଧାର କରିଛି । ଯୁବକଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । ପୋଲିସ୍ ଏ ନେଇ ତଦନ୍ତ ଆରମ୍ଭ କରିଛି । ଉଦଳା ଥାନା ଅନ୍ତର୍ଗତ ଟଣକାସାହି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।ମୃତ ଯୁବକ ସେହି ଗାଁର ରତ୍ନାକର ପାତ୍ରବୋଲି ଜଣାପଡିଛି । 

ଆଜି ସକାଳେ ଉଦଳା ଥାନା ଅନ୍ତର୍ଗତ ଟଣକାସାହି ଗ୍ରାମ ରାସ୍ତାରେ ଗାଁର ଯୁବକ ରତ୍ନାକର ପାତ୍ରଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ  କେହି ତାଙ୍କୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । ରତ୍ନାକର ଗତକାଲି ସନ୍ଧ୍ୟା ସମୟରେ ନିକଟସ୍ଥ ଏକ କୋଚିଂ ସେଣ୍ଟରକୁ ରୋଷେଇ କରିବା ପାଇଁ ଯାଇଥିଲେ । ତବେ ବିଳମ୍ବିତ ରାତି ଯାଏଁ ଘରକୁ ନଫେରିବାରୁ ତାଙ୍କ  ବହୁ ଖୋଜାଖୋଜି କରିଥିଲେ । ହଲେ ଆଜି ସକାଳେ ତାଙ୍କର ମୃତଦେହ ଗ୍ରାମ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା । 

   Related Posts