ସାମୁକା ପ୍ରକଳ୍ପ ଜଙ୍ଗଲ ଭିତରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ, ମହିଳାମାନେ ଦେଖି ପୋଲିସକୁ ଖବର ଦେଲେ

Published By : Prameya-News7 Bureau | November 26, 2019 IST

ପୁରୀ ୨୬|୧୧: ପୁରୀ ବ୍ରହ୍ମଗିରି ରାସ୍ତାର ଭାଗବତପାଟଣା ଗ୍ରାମ ନିକଟସ୍ଥ ପ୍ରସ୍ଥାବିତ ସାମୁକା ପ୍ରକଳ୍ପ ଶେଷ ଭାଗ ଜଙ୍ଗଲ ଭିତରୁ ଜଣେ ଯୁବକଙ୍କ ରକ୍ତାକ ମୃତଦେହ ଠାବ କରାଯାଇଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ତ ବୋଲି ଅନୁମାନ କରାଯାଉଛି। ମୃତ ଯୁବକର ପରିଚୟ ମିଳିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।    

{"id":190275,"sizeSlug":"large"}

ଜଙ୍ଗଲ ଭିତରେ ପଡ଼ିଛି ଅଚିହ୍ନା ଯୁବକଙ୍କ ରକ୍ତାକ୍ତ ମୃତ ଦେହ। ପୁରୀ ସଦର ଥାନା ଅର୍ନ୍ତଗତ ଭାଗବତପାଟଣା ଗ୍ରାମ ନିକଟସ୍ଥ ପ୍ରସ୍ଥାବିତ ସାମୁକା ପ୍ରକଳ୍ପ ଛାଉଣୀ ମଠ ଜଙ୍ଗଲ ଭିତରେ ପଡ଼ିଛି ଏହି ମୃତ ଦେହ। ମୃତ ଯୁବକର ପରିଚୟ ମଳିନଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ତ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତ କାଲି ଦୁଇଜଣ ମହିଳା ଜଙ୍ଗଲ ବାଟ ଦେଇ ଆସୁଥିବା ସମୟରେ ଯୁବକଙ୍କ ମୃତ ଦେହ ପଡ଼ିଥିବାର ଦେଖିଥିଲେ। ଏନେଇ ଗ୍ରାମବାସୀଙ୍କୁ ଜଣାଇବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ।   

{"id":190276,"sizeSlug":"large"}

ମୃତ ଯୁବକ ପ୍ୟାଣ୍ଟ ଆଉ ଟି ସାର୍ଟ ପିନ୍ଧି ଥିବାବେଳେ ତାଙ୍କ ଦେହରେ ଫୋଟକା ଚିହ୍ନ ଓ ମୁଣ୍ତରୁ ରକ୍ତସ୍ତାବ ହେଉଛି। ତେବେ ଦୀର୍ଘଦିନ ଧରି ବାଲି ଓ କାଠ ମାଫିଆଙ୍କ ଦୌରାତ୍ମ୍ୟ ଏହି ଅଞ୍ଚଳରେ ବୃଦ୍ଧି ପାଇ ଚାଲିଛି। ଏହା ସହିତ ନିଶାଖୋର ଓ ମଦ୍ୟପଙ୍କ ଆଡ଼ାସ୍ଥଳୀ ମଧ୍ୟ ପାଲଟିଛି ଏହି ଛାଉଣୀ ମଠର ଜଙ୍ଗଲ। ଅନେକ ସମୟରେ ନିଶା ସେବନ କରି ଯୁବକ ମାନେ ମଧ୍ୟ ମାଡ଼ପିଟ୍ ଲାଗନ୍ତି ଏଠାରେ। କୌଣସି ପୂର୍ବ ଶର୍ତୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳ ଲୋକେ ସନ୍ଦେହ କରୁଛନ୍ତି। ତେବେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହ ମୃତଦେଉ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ସଦର ମୁ‌ଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ କ୍ୟାମେରା ଆଗରେ ପୋଲିସ ଅଧିକାରୀ ମାନେ ମୁହଁ ଖୋଲି ନାହାନ୍ତି।

{"id":190277,"sizeSlug":"large"}

ତେବେ କିଏ ଏବଂ କାହିଁକି ଏହି ଯୁବକଙ୍କୁ ହତ୍ୟା କରିଛି। ହତ୍ୟାକାଣ୍ତ ପଛର ରହସ୍ୟ କଣ ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.