ରେଳ ଟ୍ରାକରୁ ଲାଲ ଶାଢୀ ପିନ୍ଧିଥିବା ମହିଳାଙ୍କ ଶବ ଉଦ୍ଧାର, ଟ୍ରେନରୁ କେହି ପେଲି ଦେଇଥିବା ସନ୍ଦେହ

Published By : Prameya-News7 Bureau | October 22, 2019 IST

ସୋର୨୨|୧୦: ସୋର ଷ୍ଟେସନଠାରୁ ଭଦ୍ରକ ପଟକୁ ୧ କିଲୋମିଟର ଦୂରରେ ଅପ ଏବଂ ଡାଉନ ଟ୍ରାକ ମଝିରୁ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର ହୋଇଛି ।ଚଳନ୍ତା ଟ୍ରେନରୁ ଏହି ମହିଳାଙ୍କୁ ବିଳମ୍ବିତ ରାତିରେ ତେହି ପେଲି ଦେଇଥିବା ସନ୍ଦେହ କରାଯାଉଛି ।

{"id":173148}

ମହିଳା ମଧ୍ୟ ନିଜେ ନିଜେ ଖସିପଡିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ମହିଳାଙ୍କ ପରିଚୟ ମିଳି ନାହିଁ । ମହିଳାଙ୍କ କୌଣସି ସମ୍ପର୍କୀୟ ମଧ୍ୟ ତାଙ୍କୁ ଖୋଜୁଥିବା ଜଣାପଡୁ ନାହିଁ । ଲାଲଶାଢୀ ପିନ୍ଧିଥିବା ମହିଳାଙ୍କ ମୁଣ୍ଡ ଓ ମୁହଁରେ ମାଡ ହୋଇଛି।

{"id":173149}

ରେଳବାଇ ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।ତେବେ ପୋଷ୍ଟମର୍ଟମ ପରେ ଜଣାପଡିବ ଯେ, ମହିଳାଙ୍କ ସହ କଣ ଘଟିଛି । ଏପରିକି ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ ସେ ଦିଗରେ ମଧ୍ୟ ପୋଲିସ ଅନୁଧ୍ୟମ କରୁଛି । ମହିଳା ବାହାର ରାଜ୍ୟର ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.