ମହିଳାଙ୍କୁ ଦୁଷ୍କର୍ମ ପରେ ଗୁଳି କରି ହତ୍ୟା, ଆମ୍ବ ତୋଟାରେ ଜାଳି ଦେଲେ...

Published By : Prameya-News7 Bureau | January 18, 2020 IST

ବିଜନୌର୧୮/୧: ମହିଳାଙ୍କୁ ଗୁଳି କରି ହତ୍ୟା କରିବା ପରେ ଆମ୍ବ ତୋଟାରେ ନିଆଁ ଲଗାଇ ଜାଳି ଦେଲେ ଦୁର୍ବୃତ୍ତ। ଯାହାଫଳରେ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ପୋଲିସ୍‌ ଆଶଙ୍କା କରୁଛି। ଏ ନେଇ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

ପ୍ରମାଣ ନଷ୍ଟ କରିବା ପାଇଁ ମହିଳାଙ୍କୁ ହତ୍ୟା କରି ନିଆଁ ଲଗାଇ ଜାଳି ଦେଇଥିବା ପୋଲିସ୍ ସୂଚନା ଦେଇଛି। ସ୍ଥାନୀୟ ଲୋକ ବି ମୃତ ମହିଳାଙ୍କ ସଂପର୍କରେ କିଛି ଜାଣି ନାହାନ୍ତି ବୋଲି ପୋଲିସ ସାମ୍ନାରେ କହିଛନ୍ତି।

ସୂଚନା ଅନୁସାରେ ଗଜରୌଲା ଶିବ ଝଲରା ମାର୍ଗର ନୋଇଡ଼ା ବାସିନ୍ଦା ବିଶ୍ବମ୍ବର ସିଂହଙ୍କ ଆମ୍ବ ତୁଟାରେ ମହିଳାଙ୍କୁ ନିଆଁ ଲଗାଇ ଜାଳି ଦିଆଯାଇଛି। ମହିଳାଙ୍କ ଗୋଟିଏ ହାତ ସମ୍ପୂର୍ଣ୍ଣ ନ ଜଳି ଥିଲା। ସେହି ଅଧା ଜଳା ହାତରେ ଚୁଢ଼ି ପିନ୍ଧିଥିବାରୁ ମତା ଜଣଙ୍କ ମହିଳା ବୋଲି ପୋଲିସ୍ ଅନୁମାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.