ଶିମିଳିପାଳ କୋର୍ ଏରିଆରୁ ବାଘ ମୃତଦେହ ଉଦ୍ଧାର
4/04/2019 at 9:42 AM

ଉଦଳା ୪|୪: ଶିମିଳିପାଳ କୋର ଏରିଆରୁ ବୁଧବାର ଏକ କଳରାପତାରିଆ ବାଘର ମୃତ ଦେହ ଉଦ୍ଧାର ହୋଇଛି। ଜେନାବିଲ ରେଞ୍ଜ ଅଧିନ ଟିକତାଲି ସେକ୍ସନର ପାଖ ସରୁଆ ବିଟ ହାଉସ ଦେଇ ଯାଇ ଥିବା ଏକ ନାଳ କଡ଼ରୁ ଏହି ବାଘର ମୃତ ଦେହ ଉଦ୍ଧାର ହୋଇଛି। ମୃତ ବାଘର ବୟସ ୭/୮ ମାସ ହୋଇଥିବା ଅନୁମାନ କରାଯାଉଛି ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ କ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି। ଏବଂ ଏକ ଡାକ୍ତର ଦଳ ମୃତ୍ୟୁ ଦେହକୁ ବ୍ୟବଛେଦ କରିଛନ୍ତି । ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପତି କହିଛନ୍ତି।
Related Posts
ଝାରପଡା ଜେଲ୍ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍ରେ
16 January 2021