ହାଜତରୁ ଚମ୍ପଟ ମାରିଥିବା ଚୋରର ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | August 25, 2018 IST

କେନ୍ଦ୍ରାପଡା ୨୬/୮ : ହାଜତରୁ ରାତିରେ ଚମ୍ପଟ ମାରିଥିଲା ଚୋର ହେଲେ ସକାଳୁ ତାର ଝୁଲନ୍ତା ମୃତଦେହ ମିଳିଛି । ମୋବାଇଲ ଚୋରି ଅଭିଯୋଗରେ ଥାନାରେ ଅଟକ ଥିବା ଅଭିଯୁକ୍ତ ଫେରାର ହୋଇଯାଇଥିଲା । ହେଲେ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହୋଇଯାଇଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ । ମୃତକ ହେଲେ ମାର୍ଶ।ଘାଇ ଥାନା ବାଲଣା ଗାଁର ଅବିନାଶ ପାଇଟାଳ ଓରଫ ମୂଷା । ଗତକାଲି ମୋବାଇଲ ଚୋରି ଅଭିଯୋଗରେ ଅବିନାଶକୁ ଧରି ଆଣି ମହାକାଳପଡା ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ହେଲେ ସୁଯୋଗ ନେଇ ରାତିରେ ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିଥିଲା । ରାତି ତମାମ ପୋଲିସ ଖୋଜି ଖୋଜି ନୟାନ୍ତ ହୋଇଥିଲା । ହେଲେ ଆଜି ମହାକାଳପଡା ହଳଧର ମଳିକଙ୍କ ଦୁଇ ମହଲା ବିଶିଷ୍ଟ କୋଠାର ଶିଡିଘରେ ଅବିନାଶଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଅବିନାଶଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଜମ୍ବୁ-ମାର୍ଶ।ଘାଇ ରାସ୍ତା ବାଲଣା ଠାରେ ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.