ଘରୋଇ କଲେଜ ହଷ୍ଟେଲରୁ ଯୁକ୍ତଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ କରୁଛି ତଦନ୍ତ

Published By : Prameya-News7 Bureau | August 05, 2019 IST

କଳାହାଣ୍ଡି ୫\୮: କଳାହାଣ୍ହଡିରେ ଥିବା ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି  । ମୃତ ଛାତ୍ରୀ  ବିକାଶ ଯୁକ୍ତ ଦୁଇ କଲେଜର ଶିବାନୀ ଦଳାଇ ବୋଲି ଜଣାପଡିଛି । ଏହା ଏକ ଆତ୍ମହତ୍ୟା ବୋଲି ପ୍ରାଥମିକଭାବେ ସନ୍ଦେହ କରାଯାଉଛି । ତେବେ ଆତ୍ମହତ୍ୟାର କାରଣ କିଛି ଜଣାପଡି ନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":141226}

ବିକାଶ କଲେଜ କତୃପକ୍ଷଙ୍କ ସୂଚନା ଅନୁସାରେ ମୃତ ଛାତ୍ରୀ ଆଜି କ୍ଲାସ ଯାଇ ନଥିଲେ । ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ମେସକୁ ଆସି ନ ଥିଲେ । ଏହି ସମୟରେ ଦଉଡି ଦେଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତା ଛାତ୍ରୀଙ୍କ ହଷ୍ଟେଲ ରୁମମେଟ ରୁମକୁ ଫେରିବା ପରେ ଘଟଣା ଜଣାପଡିଥିଲା।

{"id":141227}

ମୃତା ଛାତ୍ରୀ ଗତକାଲି ଘରୁ ହଷ୍ଟେଲକୁ ଆସିଥିଲେ । ଆନ୍ୟପକ୍ଷରେ ମୃତା ଛାତ୍ରୀଙ୍କ ପରିବାର ଆମ୍ବାଦୋଳାରୁ ଆସି ପହଞ୍ଚିଛନ୍ତି । ଛାତ୍ରୀଙ୍କ ଫିସ୍‌ ଚାରି ମାସ ହେବ ଜମା ହୋଇ ନ ଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି ।ଫିସ୍‌ ଜମା କରିବାରେ ବିଳମ୍ବ ସମ୍ପର୍କରେ କଲେଜ କତୃପକ୍ଷଙ୍କ ସହ ପରିବାର ପକ୍ଷରୁ ଆଲୋଚନା କରି ସମୟ ନିଆଯାଇଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି ।

{"id":141228}

 ହେଲେ ହଠାତ୍ କାହିଁକି ଛାତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ଜଣା ନାହିଁ । କିନ୍ତୁ ହଷ୍ଟେଲରୁ ଛାତ୍ରୀ କ୍ଲାସ  ନଯିବା ଥିବା କଥା ୱାଡେନ କାହିଁକି ପରିବାର ଜଣାଇନଥିଲେ ବୋଲି ପରିବାର ପକ୍ଷରୁ ପ୍ରଶ୍ନ କରାଯିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ କରିଛନ୍ତି ।

{"id":141229}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.