ହେମଗିରିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ତିନିଦିନ ପରେ ଜଙ୍ଗଲରୁ ମିଳିଲା ଶବ…

Published By : Prameya-News7 Bureau | July 22, 2019 IST

ରାଉରକେଲା୨୨|୭:  ପୁଣି ନାବାଳିକାକୁ ଧର୍ଷଣ ପରେ ହତ୍ୟା ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲାରୁ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗୋପାଳପୁର ଗାଁ କଲୋନୀ ପଡାରେ ଘଟିଛି ଏହି ଅଭାବନୀୟ ଘଟଣା ।

ଗତ ଶନିବାର ଦିନ ସକାଳ ୧୦ଟାରେ ଗାଁ ନିକଟ ନାଳକୁ ଶୌଚ ହେବାକୁ ଯାଇ ନାବଳିକା ହୋଇଯାଇଥିଲା ନିଖୋଜ ।ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ନାବାଳିକାକୁ ପାଇନଥିଲେ । ଫଳରେ ପରିବାର ଲୋକେ ହେମଗିରି ଥାନାରେ ନିଖୋଜ ରିପୋର୍ଟ ଦେଇଥିଲେ । ତେବେ ଆଜି ଗାଁ ନିକଟ ଜଙ୍ଗଲରୁ  ନାବଳିକାଙ୍କ ଶବ ମିଳିଛି ।

ହେମଗିରି ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ଶବ ଜବତ କରି ହେମଗିରି ଡାକ୍ତରଖାନାରେ ରଖିଛି ।  ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ। ତେବେ ହେମଗିରି ପୋଲିସର ତଦନ୍ତ ଆରମ୍ଭ କରିଛି ।  ପ୍ରାଥମିକ ତଦନ୍ତ ପରେ ଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲି ପୋଲିସ ଅନୁମାନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.