ମଞ୍ଚେଶ୍ୱରରେ ଥିବା ଉତ୍କଳ ଏକ୍ସପୋର୍ଟ ଚିଙ୍ଗୁଡି ଫ୍ୟାକ୍ଟରିରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | November 21, 2019 IST

ମଞ୍ଚେଶ୍ୱର ୨୧।୧୧ - ମଞ୍ଚେଶ୍ୱର ଉତ୍କଳ ଏକ୍ସପୋର୍ଟ ଚିଙ୍ଗୁଡି ଫ୍ୟାକ୍ଟରିରୁ ଜଣେ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଶ୍ରମିକଙ୍କ ମୃତଦେହକୁ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ମଞ୍ଚେଶ୍ୱର ଥାନା ପୁଲିସ ଓ ଫୋରେନସିକ୍‌ର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସପିଟାଲକୁ ପଠାଇଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ । ଏହାପରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ । ମୃତ ଶ୍ରମିକଙ୍କ ପରିଚୟ ମିଳି ପାରି ନାହିଁ । ସେଠାରେ ଉପସ୍ଥିତ ଥିବା ଅନ୍ୟ ଶ୍ରମିକମାନେ ଏ ସମ୍ପର୍କରେ କିଛି ସୂଚନା ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି । ପୁଲିସ ପକ୍ଷରୁ କମ୍ପାନୀର ମାଲିକ ଓ ମ୍ୟାନେଜରଙ୍କୁ ସମ୍ପର୍କ କରାଯାଉଛି ।

ସୂଚନା ଯୋଗ୍ୟ ଗତ କିଛିଦିନ ତଳେ ବାଲେଶ୍ୱରର ଖନ୍ତାପଡାରେ ଥିବା ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ ଲିକ୍‌ ଯୋଗୁଁ ଶତାଧିକ ଶ୍ରମିକ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତିକ କରାଯାଇଥିଲା । ଏହାପେର ସମ୍ପୃକ୍ତ ଫ୍ୟାକ୍ଟ୍ରିକୁ ସିଲ୍‌ କରିଦିଆଯାଇଛି । ଏହି ଘଟଣାର ତଦନ୍ତ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.