କାଲିଠୁ ଗାଁରେ ପଡିଛି ବୃଦ୍ଧାଙ୍କ ମୃତଦେହ ; ହୋଇପାରୁନି ଶବ ସତ୍କାର
2/10/2018 at 10:06 AM

ଜଗତସିଂହପୁର ୨|୧୦: କାଲିଠୁ ଗାଁ ରେ ପଡିଛି ବୃଦ୍ଧାଙ୍କ ମୃତଦେହ । ହଜିଯାଇଛି ମାନବିକତା । ପାରାଦୀପ ଉପକଣ୍ଠ ବିଶ୍ବାଳି ପଞ୍ଚାୟତର ନରେନ୍ଦ୍ରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ବୃଦ୍ଧାଙ୍କ ନାଁ କମଳା ରାଉତ । ସ୍ବାମୀଙ୍କ ମୃତ୍ୟୁପରେ କମଳା ରାଉତ ନିଜର ସମସ୍ତ ସମ୍ପତିକୁ ଗ୍ରାମବାସୀଙ୍କ ହାତରେ ଟେକି ଦେଇ ସୁଖରେ ଜୀବନ କାଟିବେ ବୋଲି ଭାବିଥିଲେ । ହେଲେ ମୃତ୍ୟୁ ପରେ ତାଙ୍କ ଶବ ସତ୍କାର କରିବାକୁ କେହି ଆସି ନାହାନ୍ତି ।ମୃତ କମଳାଙ୍କ ଶବ ସଂସ୍କାର ପାଇଁ ଚାଲିଛି ଟଣାଓଟରା । ଗାଁ ଲୋକଙ୍କୁ ସମ୍ପତି ଦେଇ ଦେଇଥିବାରୁ କୁଟୁମ୍ବମାନେ ମଧ୍ୟ ଶବ ସଂସ୍କାର କରୁନାହାନ୍ତି । ଗ୍ରାମବାସୀ ଓ ମୃତ କମଳାଙ୍କ ସମ୍ପର୍କୀୟଙ୍କ ଭିତରେ ଟଣାଓଟରାକୁ ନେଇ କୌଣସି ନିର୍ଯାସ ବାହାରିପାରିନି ।