୩୦ଘଣ୍ଟାରୁ ଅଧିକ ସମୟ ଧରି ପଡିଛି ମୃତଦେହ: କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର

Published By : Prameya-News7 Bureau | August 13, 2018 IST

କେନ୍ଦ୍ରାପଡ଼ା୧୩/୮:୩୦ଘଣ୍ଟାରୁ ଅଧିକ ସମୟ ଧରି ପଡିଛି ମୃତଦେହ । ମୃତକଙ୍କ ପରିବାର ଲୋକ କ୍ଷତିପୂରଣ ମାଗିଛନ୍ତି। ଗତ ଶନିବାର ରାତିରେ କେନ୍ଦ୍ରାପଡା ଗଗୁଆ ପଞ୍ଚାୟତର ସାନ ରାହାମାପାଟଣା ଗାଁର ସତ୍ୟରଞ୍ଜନ ନାୟକଙ୍କ ସାପକାମୁଡାରେ ମୃତ୍ୟୁ ଦୋଇଥିଲା । ସତ୍ୟରଞ୍ଜନ ନାୟକ ଏବଂ ଜୟନ୍ତ ସ୍ୱାଇଁ ଚିଙ୍ଗୁଡି ଘେରିରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲା । କେନ୍ଦ୍ରାପଡା ମେଡିକାଲକୁ ନେବା ବାଟରେ ସତ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ବେଳେ ଏବେ ଜୟନ୍ତ ସ୍ବାଇଁ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସତ୍ୟରଞ୍ଜନଙ୍କ ମୃତ୍ୟୁ ପାଇଁ ଚିଙ୍ଗୁଡି ଘେରି ମାଲିକ ସନ୍ତୋଷ ସ୍ୱାଇଁଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ । ଉଚିତ କ୍ଷତିପୂରଣ ନମିଳିବା ଯାଏ ଶବ ସଂସ୍କାର କରିବେ ନାହିଁ ବୋଲି ପରିବାର ଲୋକ ଜିଦ ଧରି ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.