କଲଭର୍ଟ ତଳୁ ମିଳିଲା ମୃତଦେହ, ହତ୍ୟା ସନ୍ଦେହ
25/12/2019 at 10:29 AM

ସାନଖେମୁଣ୍ଡି ୨୫।୧୨: କଲଭର୍ଟ ତଳୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ପଥରପୁଞ୍ଜି ଗାଁର ବୁଦ୍ଧିରାମ ମହାରଣା । ସେ ମନ୍ଦିର କାମରେ ନିୟୋଜିତ ଥିଲେ ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରମୁଣି ଛକ କଲଭର୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ପାଟପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଡେଙ୍ଗାଡି ମୁଖ୍ୟ ରାସ୍ତା ନିକଟରୁ ଏହି ମୃତଦେହ ମିଳିଛି । ମୃତକ ହେଲେ ପଥରପୁଞ୍ଜି ଗାଁର ବୁଦ୍ଧିରାମ ମହାରଣା । ସେ ନୟାଗଡ଼ରୁ ଆସି ଗଞ୍ଜାମରେ କିଛି ବର୍ଷ ହେବ ରହୁଥିଲେ । ସେ ମନ୍ଦିର କାର୍ଯ୍ୟ ପାଇଁ ବହୁବର୍ଷ ଧରି ଏଠାରେ ରହୁଥିଲେ ।ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ତେବେ ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।