ରେଲୱେ ଲାଇନ୍ କଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
14/03/2019 at 2:07 PM

ଟିଟିଲାଗଡ ୧୪|୩ : ଟିଟିଲାଗଡ ରେଲୱେ ଲାଇନ୍ କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତଦେହ ନିକଟରୁ ଗୋଟିଏ ବାଇକ୍, ମୋବାଇଲ, ଜୋତା ଓ ଗୋଟିଏ ଖାତା ଜବତ ହୋଇଛି । ଜବତ ବାଇକର ନମ୍ବର ଓଡି୨୬ଏ୬୨୧୨ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ । ତେବେ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି ।