Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||

ହତ୍ୟା ନା ଆତ୍ମହତ୍ୟା: ଜଙ୍ଗଲରେ ଅଧାଜଳା ମୃତଦେହ, ପାଖରେ ଲଭ ଲେଟର ଓ ଲଭର ଫଟୋ

18/05/2020 at 5:35 PM

ଜୟପୁର, ୧୮|୦୫:  ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରୁ ମିଳିଲା ଜଣେ ଯୁବକଙ୍କ ଅର୍ଧଦଗ୍ଧ ମୃତଦେହ । ମୃତଦେହ ନିକଟରୁ ମିଳିଲା ଲଭ୍ ଲେଟର ବା ପ୍ରେମପତ୍ର । ଏହି ପ୍ରେମପତ୍ରରେ ଜଣେ ଯୁବତୀଙ୍କ ଫଟୋ ମଧ୍ୟ କହିଛି । ଯାହା ଅଧା ପୋଡିଯାଇଛି । ତେବେ ଏହା ଏକ ଆତ୍ମହତ୍ୟା ନା ଅନର କିଲିଂ । ସେନେଇ ଆରମ୍ଭ ହୋଇଛି ତଦନ୍ତ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଭରତପୁର ଜିଲ୍ଲାରେ ।

ସୋମବାର ଭରତପୁର ଜିଲ୍ଲା ଜସଓ୍ୱାନ୍ତ ନଗରରେ ଥିବା ଏକ ଜଙ୍ଗଲରୁ ଜଣେ ଯୁବକଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଏହାସହ ମୃତଦେହ ନିକଟରେ ଏକ ପ୍ରେମ ପତ୍ର ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । ଏହି ପତ୍ରରେ ଜଣେ ଯୁବତୀଙ୍କ ଫଟୋ ମଧ୍ୟ ରହିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଘଟଣାସ୍ଥଳରୁ ପେଟ୍ରୋଲ ସଗିତ କିଛି ସନ୍ଦିଗ୍ଧ ଦ୍ରବ୍ୟ ମଧ୍ୟ ମିଳିଛି । ତେବେ ଏହା ଏକ ପ୍ରେମଜନିତ ମାମଲା ହୋଇଥିବା ଅନୁମାନ କରାଯାଉଛି । ତେବେ ଯୁବକଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଯେଉଁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ସେ ପଡୋଶୀ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ସେହି ଯୁବତୀଙ୍କ ଫଟୋ ମୃତଦେହ ନିକଟରେ ପଡିଥିଲା ।ପୋଲିସ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ସୋମବାର ସକାଳ ୫ଟାରେ ଜଙ୍ଗଲରେ ଏକ ଅର୍ଧଦଗ୍ଧ ମୃତଦେହ ପଡିଥିବା ଖବର ମିଳିଥିଲା । ମୃତଦେହ ନିକଟରେ ପେଟ୍ରୋଲ ବୋତଲ ମଧ୍ୟ ପଡିଥିଲା । ତଦନ୍ତ ଆରମ୍ଭ ହୋଇଛି । ପ୍ରେମପତ୍ରକୁ ଭିତ୍ତି କରି ସ୍ଥାନୀୟ ଲୋକ ଓ ଯୁବକଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯିବ ।

   Related Posts