ରେଳ ଧାରଣା କଡରୁ ମିଳିଲା ଯୁବକଙ୍କ ଅର୍ଦ୍ଧନଗ୍ନ ମୃତଦେହ, ହତ୍ୟା ସନ୍ଦେହ

Published By : Prameya-News7 Bureau | September 12, 2019 IST

କେନ୍ଦୁଝର ୧୨।୯: କେନ୍ଦୁଝରରେ ଟ୍ରେନ୍ ଲାଇନ୍ ନିକଟରେ ଅଜଣା ଯୁବକଙ୍କର ମୃତଦେହ ଠାବ ହୋଇଛି । ତେବେ ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

{"id":156668}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଟାଉନ୍ ଥାନାର ହରିଡାଗୋଠ ଗାଁ ନିକଟ ଦେଇ ଯାଇଥିବା ରେଳ ଧାରଣା ନିକଟରେ ଆଜି ସକାଳୁ ଜଣେ ଅଜଣା ଯୁବକଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହଟି ରେଳ ଧାରଣାଠାରୁ ପଚାଶ ମିଟର ଦୂରରେ ଅର୍ଦ୍ଧନଗ୍ନ ଅବସ୍ଥାରେ ମୁହଁ ମାଡି ହୋଇ ପଡିଥିବା ବେଳେ ମୁଣ୍ଡରେ ଗଭୀର କ୍ଷତ ଦେଖିବାକୁ ମିଳିଥିବା ବେଳେ ରେଳ ଧାରଣା ଉପରେ ଏକ କଟା ଗୋଡ ପଡି ରହିଥିବା ଦେଖିବାକୁ ମିଳିଛି । ଯୁବକଙ୍କର ପରିଚୟ ମିଳିନଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.