ପାରାଦୀପ ଇଫକୋ ସାର କାରଖାନା ନିକଟରୁ ମୄତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

Published By : Prameya-News7 Bureau | November 27, 2018 IST

ପାରାଦୀପ ୨୭|୧୧:  ପାରାଦୀପ ଇଫକୋ ସାର କାରଖାନା ନିକଟରେ ଥିବା ବେଲ୍ଟ ଲାଇନ ତଳୁ ଏକ ମୄତଦେହ ଉଦ୍ଧାର କରାଯାଇଛି। ମୄତକ ହେଲେ ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଅଜୟ ପଲାଇ । ଅଜୟ ଦୀର୍ଘଦିନ ହେବ ଇଫକୋ କମ୍ପାନୀରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତକାଲି ସଂଧ୍ୟାରେ ସେ ଘରୁ ଆସିଥିଲେ ଯେ ଆଉ ରାତିରେ ଫେରିନଥିଲେ । ତେବେ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାପରେ ବେଲ୍ଟ ଲାଇନ ତଳୁ ଏକ ମୄତଦେହ ପଡିଥିବାର ଖବର ପାଇଥିଲେ । ଘଟଣାସ୍ଥଳକୁ ଯାଇ ପରିବାରବର୍ଗ ଅଜୟ ଚିହ୍ନଟ କରିବା ସହ  ପାରାଦୀପ ଥାନାରେ ଏକ ଏତଲା ଦେଇଛନ୍ତି । ତେବେ ପାରିପାର୍ଶ୍ବିକ ସ୍ଥିତି ଓ ଅଜୟଙ୍କୁକ ଶରୀର ରେ କ୍ଷତଚିହ୍ନକୁ  ଦେଖି  କିଏ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.