ପଣ୍ଡୁଆ ପଞ୍ଚାୟତ କୋଷ୍ଟୀ ସଫେଇରେ ଭାସୁଥିଲା ମୃତଦେହ, ପୋଲିସ ଶବ ଜବତ କରିବା ପରେ ହେଲା ଚିହ୍ନଟ

Published By : Prameya-News7 Bureau | November 26, 2019 IST

ଜଗତସିଂହପୁର ୨୬|୧୧: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ କୋଷ୍ଟୀ ସଫେଇରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖବାକୁ ମିଳିଥିଲା।ସକାଳୁ ଜଣେ ସ୍ଥାନୀୟ ଲୋକ ସଫେଇରେ ଜାଲ ପକାଉଥିବା ବେଳେ ମୃତଦେହ ଭାସୁଥିବା ଦେଖିବା ପରେ ଘଟଣା ଜଣାପଡିଥିଲା।ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଅନୁସଂନ୍ଧାନ କରିଥିଲେ।

{"id":190252,"sizeSlug":"large"}

ମୃତବ୍ୟକ୍ତି ଗୋରଡ ଗ୍ରାମର୬୫ବର୍ଷୀୟ ଶ୍ରୀବତ୍ସ ମଲ୍ଲିକ ବୋଲି ଆତ୍ମୀୟଙ୍କ ଦ୍ବାରା ଚିହ୍ନଟ ହୋଇଥିଲା।  ପାଞ୍ଚଦିନ ତଳୁ ଶ୍ରୀବତ୍ସ ଘରୁ ନିଖୋଜ ଥିଲେ।ଏରସମା କାଣିପଦା ଝିଅଘରକୁ ଯାଇ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଇଛି।

{"id":190253,"sizeSlug":"large"}

ବାଟରେ ନଫେରି କୋଷ୍ଟୀ ସଫେଇ ବନ୍ଧର ଅମଡା ବାଟରେ ଘରକୁ ଫେରିବା ବେଳେ ଗୋଡ ଖସିଯିବାରୁ ମୃତ୍ୟୁବରଣ କରିଥିବା ସଂନ୍ଦେହ କରାଯାଉଛି।ଘର ଲୋକ ନିଖୋଜ ଦିନଠାରୁ ଖୋଜାଖୋଜି କରୁଥିବା ବେଳେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଖବରପାଇ ବୋହୁ,ଝିଅ ଜ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଶ୍ରୀବତ୍ସଙ୍କୁ ଚିହ୍ନଟକରିଥିଲେ।ତିର୍ତ୍ତୋଲ ପୋଲିସ ପହଞ୍ଚି ଅନୁସଂନ୍ଧାନ କରିବା ସହ ଶବଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.