Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଦୀପଠା ପୋତା ହୋଇଥିବା ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ପୋଲିସର ତଦନ୍ତ

4/09/2019 at 3:12 PM

ସାନଖେମୁଣ୍ଡି ୪।୯: ନଦୀ ପଠାରୁ ବାଲିରେ ପୋତା ହୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ପାଣ୍ଡିରି ନିକଟ ନଦୀ ତଟରୁ ମିଳିଛି ମୃତଦେହ । ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ମୃତ୍ୟୁ ପରେ ଶବଦାହ କରାନଯାଇ ବାଲିରେ ପୋତି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କେ.ନୂଆଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋତା ହୋଇଥିବା ଶବକୁ ଖୋଳି ବାହାର କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଶବକୁ ଏଠାକୁ ଆଣିଲା ତାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts