କେନ୍ଦୁଝର ପୁଟୁଗାଁ ଗ୍ରାମରକ୍ଷୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

Published By : Prameya-News7 Bureau | November 02, 2018 IST

କେନ୍ଦୁଝର ୨|୧୧:   କେନ୍ଦୁଝର  ତୁରୁମୁଙ୍ଗା ଥାନା ପୁଟୁଗାଁ ଗ୍ରାମରକ୍ଷୀଙ୍କୁ ହତ୍ୟା ଅଭିଯୋଗ ହୋଇଛି । ମୃତକ ହେଲେ କ୍ଷୀରୋଦ ଚନ୍ଦ୍ର ପାତ୍ର । ତେନ୍ତୁଳିଖୁଣ୍ଟି ଗ୍ରାମ ହାଟ ପଡିଆ ନିକଟରୁ ତାଙ୍କର କ୍ଷତବିକ୍ଷତ ମୃତ ଦେହ ଠାବ ହୋଇଛି । ବିଲିମ୍ବିତ ରାତିରେ କେହି ଦୁର୍ବୁତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗ୍ରାମବାସୀ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ଘଟଣା ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.