ରାସ୍ତାକଡ଼ରୁ କ୍ଷତ ବିକ୍ଷତ ମୃତଦେହ ଠାବ, ହତ୍ୟା ସନ୍ଦେହ
5/04/2019 at 8:35 AM

ପାଟଣା ୫|୪ : ରାସ୍ତାକଡ଼ରୁ କ୍ଷତ ବିକ୍ଷତ ମୃତ ଦେହ ଠାବ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବିଲା ଛକ ନିକଟ ବିଲା-ରାଜନଗର ରାସ୍ତା କଡରେ କ୍ଷତ ବିକ୍ଷତ ମୃତଦେହ ଠାବ ହୋଇଛି । ମୃତକ ହେଉଛନ୍ତି ଯୁମେଇଁ ଗ୍ରାମର ବିଭିଷଣ ନାଏକ । ତାଙ୍କୁ କେହି ହତ୍ୟା କରି ଥିବା ସନ୍ଦେହ କରାଯାଉଛି । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବାବେଳେ ସେ ଗତ କାଲି ସନ୍ଧ୍ୟାରୁ ଘରକୁ ଫେରି ନଥିଲେ । କେହି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବିଭିଶଣ ବିଲା ଛକ ରେ ଏକ ହୋଟେଲ ରେ ମିସ୍ତ୍ରୀ ଭାବେ କାମ କରୁଥିଲେ । ତାଙ୍କ ମୃତଦେହ ରାସ୍ତା କଡ଼ରେ ପଡିଥିବା ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021