ନଦୀପଠାରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ଘଟଣା ସ୍ଥଳରେ ପହଞ୍ଚି ପୋଲିସ୍‌ର ତଦନ୍ତ ଆରମ୍ଭ

Published By : Prameya-News7 Bureau | May 08, 2021 IST

କଳାହାଣ୍ଡି, ୦୮/୦୫: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅମାଠ ନିକଟସ୍ଥ ତେଲ ନଦୀ ଘାଟରୁ ଆଜି ଏକ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର ହୋଇଛି । ନଦୀ ଘାଟରେ ଅଧପୋତା ଅବସ୍ଥାରେ ମୃତ ମହିଳାଙ୍କ ଶବ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଧପୋତା ଅବସ୍ଥାରେ ଥିବା ଅଚିହ୍ନା ମହିଳାଙ୍କ ଶବଟିକୁ ଉଦ୍ଧାର କରିଥିଲା । ପରେ ଶବକୁ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୋଲିସ୍‌ ପାଠାଇଥିବା ଜଣାପଡ଼ିଛି ।

ତେବେ ମୃତ ମହିଳାଙ୍କ ବୟସ ପ୍ରାୟ ୫୦ ହେବ ବୋଲି ପୋଲିସ୍‌ ଅନୁମାନ କରୁଛି ।  ମହିଳା ଜଣଙ୍କ କିଏ ଏବଂ ତାଙ୍କ ପରିଚୟ କଣ ସେଥିପାଇଁ ମୃତଦେହକୁ ୭୨ ଘଣ୍ଟା ରଖାଯିବ ବୋଲି କେସିଙ୍ଗା ଆଦର୍ଶ ଥାନାର ଅତିରିକ୍ତ ଆଇଆଇସି ଦୀପାଞ୍ଜଳୀ ପ୍ରଧାନ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.