Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ମଶାନରୁ ମିଳିଲା ମୃତ ଦେହ

12/08/2018 at 11:09 AM

ପରିବାର ଲୋକେ ପୋଡିବାକୁ ନେଉଥିବା ବେଳେ ଶ୍ମଶାନରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଦଶମନ୍ତପୁର ବ୍ଲକ ଲୁଲା ଗ୍ରାମ ପଞ୍ଚାୟତ ବନ୍ଧୁଗୁଡା ଗାଁର ଘଟଣା । ଗତକାଲି ନାବାଳିକାଙ୍କର ମୃତ୍ୟୁ ହୋଇଥିଲା । ଘର ଲୋକେ କାହାକୁ ନ ଜଣାଇ ଶବ ସଂସ୍କାର ପାଇଁ ନେଇଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମଟମ ପାଇଁ ଦଶମନ୍ତପୁର ମେଡିକାଲକୁ ପଠାଇଛି । ନାବାଳିକା ଜଣକ ପ୍ରେମ ପ୍ରତାରଣାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

   Related Posts