ଜାତୀୟ ରାଜପଥ କଡରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
14/06/2019 at 6:00 PM

ଚୌଦ୍ବାର ୧୪|୬: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ୧୬ ନମ୍ବର ଜାତୀୟ ରାଜପଥ କଡରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଜାତୀୟ ରାଜପଥର ରଶ୍ମି ପେଟ୍ରୋଲ ପମ୍ପ ଆଗରେ ରାସ୍ତା କଡରେ ଜଣେ ଲୋକର ମୃତଦେହ ପଡିଥିବାର ସୂଚନା ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ କଟକ ଏସସିବି ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ଲୋକଟିକୁ କେହି ହତ୍ୟା କରି ରାସ୍ତା କଡକୁ ପକାଇ ଦେଇଥିବାର ସନ୍ଦେହ କରାଯାଉଛି। ମୃତକ ଜଣକ ଜଣେ ଗାଡି ଚାଳକ ବୋଲି ଜଣାପଡୁଛି।