ପଟ୍ଟାମୁଣ୍ଡାଇ କେନାଲର ମାହାଙ୍ଗା ତ୍ରିବେଣୀଶ୍ବର ସାଇଫନରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଶବ…

Published By : Prameya-News7 Bureau | August 16, 2019 IST

ନିଶ୍ଚିନ୍ତକୋଇଲି ୧୬|୮: ପଟ୍ଟାମୁଣ୍ଡାଇ କେନାଲର ମାହାଙ୍ଗା ତ୍ରିବେଣୀଶ୍ବର ସାଇଫନରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି । ଏହି ଶବଟି କାହାର ଏବଂ କେନାଲ ଭିତରକୁ କିପରି ଆସିଲା ସେ ନେଇ ବହୁକଥା ଆଲୋଚନା ହେଉଛି ।

 ହୁଏତ ଏହି ଅଚିହ୍ନା ଲୋକଟି କୌଣସି କାରଣରୁ ପାଣିକୁ ଡେଇଁ ଆତ୍ମହତ୍ୟା କରିପାରେ କିମ୍ବା କେହି ତାଙ୍କୁ ହତ୍ୟା କରିଥାଇ ପାରେ ସେନେଇ ସଠିକ ସୂଚନା ମିଳିପାରିନି । ଲୋକଟିର ଆନୁମାନିକ ବୟସ ତିରିଶ ବର୍ଷରୁ ଅଧିକ ହୋଇପାରେ ।

 ସ୍ଥାନୀୟ ଲୋକେ ପୋଲିସକୁ ଖବର କରିଥିବା ଜଣାପଡିଛି । ଶବଟି କେନାଲ ପାଣିରେ ମୁହଁ ମାଡି ଭାସିଭାସି ତଳକୁ ଯାଉଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.