ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଗତକାଲିଠାରୁ ଥିଲେ ନିଖୋଜ

Published By : Prameya-News7 Bureau | September 01, 2019 IST

ବେତନଟୀ ୧।୯: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ସରୁଶୋଳ ଗ୍ରାମ ରାସ୍ତା ପାର୍ଶ୍ବରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତକ ନିକଟବର୍ତ୍ତୀ ଗ୍ରାମ ଡାହିସାହିର ନରୋତ୍ତମ ନାଏକଙ୍କ ମଝିଆ ପୁଅ ଗୋପୀନାଥ ନାଏକ ।

{"id":151607}

ସୂଚନାଯୋଗ୍ୟ ଯେ, ଗତରାତିଠାରୁ ଗୋପୀନାଥ ଘରକୁ ଫେରି ନଥିଲେ । ଗତକାଲି ସନ୍ଧ୍ୟାରେ ଗୋପୀନାଥଙ୍କ ସହିତ ଗ୍ରାମର ଅନ୍ୟ ତିନି ଯୁବକ ଥିଲେ । ଆଜି ସକାଳେ ଗୋପୀନାଥର କ୍ଷତାକ୍ତ ମୃତଦେହ ରାସ୍ତା ପାର୍ଶ୍ବରୁ ଉଦ୍ଧାର ହୋଇଛି । ତାଙ୍କ ସହ ଥିବା ଅନ୍ୟ ତିନି ଯୁବକ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ବେତନଟୀ ପୋଲିସ ପହଞ୍ଚି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.