ବରଗଡରେ ଯୁବକଙ୍କୁ ହାତୁଡ଼ିରେ ପିଟି ପିଟି ହତ୍ୟା ; ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

Published By : Prameya-News7 Bureau | November 07, 2018 IST

ବରଗଡ ୭|୧୧:   ଯୁବକଙ୍କୁ ହାତୁଡ଼ିରେ ପିଟି ହତ୍ୟା କରାଯାଇଛି । ବରଗଡ଼ ଜଗଦଲପୁର ଥାନା ଅନ୍ତର୍ଗତ ଶୁକ୍ଲିପାହାଡ଼ ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ୨୫ ବର୍ଷୀୟ ଅବିନାଶ ପଟେଲଙ୍କୁ ସେହି ଗାଁର ବିସ୍ମୟ ପଟେଲ୍ ହାତୁଡ଼ିରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଅବିନାଶଙ୍କ ବାପା ଶଶିରାମ ଏନେଇ ଥାନାରେ ଅଭିଯୋଗ କରିଥିବା ବେଳେ, ପୋଲିସ ଅଭିଯୁକ୍ତ ବିସ୍ମୟଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.