ବଲାଙ୍ଗିରରେ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
29/10/2018 at 11:15 AM

ବଲାଙ୍ଗିର ୨୯|୧୦: ବଲାଙ୍ଗିର ୨୬ନମ୍ବର ଜାତୀୟ ରାଜପଥରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଦେଓଗାଁ ଫାଣ୍ଡି ରାଏପାଲି ନିକଟରୁ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିଚୟ ମିଳିପାରିନାହିଁ । କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ହାତ ଓ ଗୋଡକୁ ଏକ ଗାମୁଛାରେ ବନ୍ଧା ଯାଇଛି । ଘଟଣାସ୍ଥଳରେ ପହଞ୍ଚି ଦେଓଗାଁ ଫାଣ୍ଡି ପୋଲିସ ତଦନ୍ତ କରୁଛି ।