ପୋଖରୀରେ ଭାସୁଛି ମୃତ ଦେହ, ହତ୍ୟା ସନ୍ଦେହ

Published By : Prameya-News7 Bureau | October 24, 2019 IST

ଜଗତସିଂହପୁର୨୪|୧୦: ତିର୍ତ୍ତୋଲ ଥାନା କଟରା ବଜାର ନିକଟସ୍ଥ ଏକ ପୋଖରୀରେ ଭାସୁଛି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ । କେହି ହତ୍ୟା କରି ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି  ।

ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ପାଣିରୁ ମୃତ ଦେହ ଉଦ୍ଧାର ହେଉଥିବାରୁ ପୋଲିସର ମୁଣ୍ଡବ୍ୟଥା ବୃଦ୍ଧି ପାଇଛି । ଏପରିକି କିଛିଦିନ ତଳେ ବିଲୁଆଖାଇ ନଈରୁ ନର୍ସ ନିହାରିକାଙ୍କ ଶବ ଉଦ୍ଧାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.