Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସିଂଘୁ ବର୍ଡରରୁ ଉଦ୍ଧାର ହେଲା ଚାଷୀଙ୍କ ଶବ, ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୋଲିସ, ଆତ୍ମହତ୍ୟା ସନ୍ଦେହ

10/11/2021 at 10:03 PM

ସିଂଘୁବର୍ଡର ୧୦।୧୧:  କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ନେଇ ଗତବର୍ଷ ନଭେମ୍ବର ମାସରୁ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ଏବେବି ଜାରି ରହିଛି। ସରକାର ଓ ଚାଷୀ ନିଜନିଜ ଜିଦରେ ଅଡି ରହିଥିବା ବେଳେ ଆଇନ ନେଇ ନିଷ୍ପତ୍ତି କଣ ହେବ ତାହା ଏବେବି ଅସ୍ପଷ୍ଟ। ତଥାପି ଚାଷୀ ସକରାତ୍ମକ ଆଶା ନେଇ ରାଜଧାନୀ ଦିଲ୍ଲୀକୁ ସୀମାରେ ଘେରି ରହିଛନ୍ତି। ଏଥିରେ ଆନ୍ଦୋଳନ ଆରମ୍ଭଠାରୁ ଏପର୍ଯ୍ୟନ୍ତ ଅନେକ କୃଷକଙ୍କ ମୃତ୍ୟୁ ହେଲାଣି। ଏହି କ୍ରମରେ ବୁଧବାର ଆଉ ଜଣେ କୃଷକ ଯୋଡ଼ି ହୋଇଯାଇଛନ୍ତି। ସିଂଘୁ ବର୍ଡର କୃଷକ ଆନ୍ଦୋଳନ ସ୍ଥଳରେ ଜନୈକ ଚାଷୀ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସକାଳେ ଦେଖାଯାଇଛି।

ପୋଲିସ ଶବକୁ ଜବତ କରିଥିବା ବେଳେ ମୃତକଙ୍କ ଚିହ୍ନଟ ହୋଇଛି। ସୋନିପତର କୁଣ୍ଡଲୀ-ସିଂଘୁ ବର୍ଡରରେ ଆତ୍ମ ହତ୍ୟା କରିଥିବା ଚାଷୀଙ୍କୁ ଗୁରୁପ୍ରୀତ ସିଂହ ଓ ସେ ଫତେଗଡ଼ ସାହିବ ଜିଲ୍ଲା ଅମରୋହା ତହସିଲର ବାସିନ୍ଦା ଭାବେ ଚିହ୍ନଟ କରାଯାଇଛି। ପୋଲିସ ସବକୁ ପୋଷ୍ଟମର୍ଟମ ଲାଗି ପଠାଇ ଯାଞ୍ଚ ଆରମ୍ଭ କରିଥିବା ବେଳେ ତାଙ୍କର ମୃତ୍ୟୁକୁ ଆତ୍ମ ହତ୍ୟା ଓ ହତ୍ୟା ଆଙ୍ଗଲରୁ ଯାଞ୍ଚ କରାଯାଉଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ତେବେ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି।

ସେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ସିଦ୍ଧପୁରରୁ ଆନ୍ଦୋଳନକୁ ଆସିଥିଲେ। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ତେବେ କୃଷକ ଆନ୍ଦୋଳନରେ ଚାଷୀଙ୍କ ମୃତ୍ୟୁ ନୂଆ କଥା ନୁହେଁ। ଭାରତ ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ ଦିନଠାରୁ ଚାଷୀଙ୍କ ମରିବା ଆରମ୍ଭ ହୋଇଛି। କେତେବେଳେ ହୃଦଘାତ ତ ଆଉ କେତେବେଳେ ରୋଗରେ ପଡି ଚାଷୀ ମୃତ୍ୟୁମୁଖରେ ପଡିଛନ୍ତି। ଆନ୍ଦୋଳନ ଆରମ୍ଭ କାଳରେ ଜଣେ ଚାଷୀ ନିଜ ମୁଣ୍ଡକୁ ଗୁଳିକରି ବିକ୍ଷୋଭ ସ୍ଥଳରେ ପ୍ରାଣ ହରାଇଥିଲେ। ତେବେ ଏହା ଏପରି ଦ୍ୱିତୀୟ ଘଟଣା ହୋଇପାରେ ବୋଲି ଆକଳନ କରାଯାଉଛି।

   Related Posts