କୂଅରେ ଭାସୁଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

Published By : Prameya-News7 Bureau | March 13, 2019 IST

ସୋନପୁର ୧୩|୩ : କୂଅରେ ଭାସୁଛି ଯୁବକଙ୍କ ମୃତଦେହ । ସୁବର୍ଣ୍ଣପର ସୋନପୁର ଥାନା ପିପିଲିପାଲି ଗାଁରେ ଘଟିଛି ଏଭଳି ଅଘଟଣ । ମୃତକ ହେଲେ ବୀରମହାରାଜପୁର ଥାନା ବ୍ରାହ୍ମଣୀପାଲି ଗାଁର ସୁଶାନ୍ତ ନାୟକ । ଗତ ୧୦ ତାରିଖରେ ପିପିଲିପାଲି ଗାଁକୁ ଏକ ବରଯାତ୍ରୀରେ ଆସି ଆଉ ଘରକୁ ଫେରିନଥିଲେ ସୁଶାନ୍ତ । ବହୁତ ଖୋଜା ଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା ।

{"id":93119}

ଆଜି ପିପିଲିପାଲି ଗାଁର ହିରାଧନ ଖମାରୀଙ୍କ ବାଡି ପଟେ ଥିବା ଏକ କୂଅରେ ସୁଶାନ୍ତର ମୃତଦେହ ଭାସିଥିବାର ଦେଖିବାକୁ ମିଳିଛି । ସୁଶାନ୍ତଙ୍କ  ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ତାଙ୍କୁ କିଏ ମାରି ଦେଇ କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.