ପାଣି ଟାଙ୍କି ଭିତରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
31/03/2019 at 5:06 PM

କରଞ୍ଜିଆ ୩୧|୩ : କରଞ୍ଜିଆରେ ପାଣି ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି ।ମୃତକ ହେଉଛନ୍ତି କରଞ୍ଜିଆ ଥାନା ବୋଡ଼ଦେଉଳି ଗ୍ରାମର ସତିଆ ମିରିଡ଼ିଆ ।ସେ ମାସେହେବ ନିଖୋଜ ଥିଲେ । ଆଜି ପାଇପେ ଯୋଗେ ପାଣି ଆସିବା ସମୟରେ ପାଣିରୁ ଚମଡା, ମୁଣ୍ଡ ବାଳ ଆଦି ବାହାରିବା ସହ ପାଣିରୁ ଦୁର୍ଗନ୍ଧ ବାହାରିଥିଲା ।ଲୋକେ ଟାଙ୍କି ଉପରକୁ ଯାଇ ଟାଙ୍କି ଭିତରେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ପୋଲିସ ପହଂଚି ଶବଟିକୁ ବାହାର କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ମେଡିକାଲକୁ ପଠାଇଛି ଓ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।