ସମ୍ଵଲପୁର ନାଳରୁ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ
1/11/2018 at 10:43 AM

ସମ୍ଵଲପୁର ୧/୧୧: ସମ୍ଵଲପୁର ସାକ୍ଷୀପଡା ଏନ ଗୁହା ଲେନ ରାସ୍ତାରେ ଥିବା ଟାଙ୍ଗନା ନାଳରେ ଆଜି ସକାଳୁ ସକାଳୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଠାବ ହୋଇଛି। ମୃତ ବ୍ୟକ୍ତି ଜଣକ ଏନ ଗୁହା ଲେନର ଦେବ ପ୍ରକାଶ ସହି ବୋଲି ଜଣା ପଡ଼ିଛି। ସେ ଛତିଶଗଡ଼ ବିଲାସପୁରର ଲର୍ମୀ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଗତ ଦଶହରା ଛୁଟିରେ ସେ ସମ୍ଵଲପୁରକୁ ନିଜ ଘରକୁ ଆସିଥିଲେ ଆଉ ଦୀପାବଳି ପରେ ପୁଣି ବିଲାସପୁର ଯାଇଥାନ୍ତେ ବୋଲି ପରିବାର ଲୋକେ କହିଛନ୍ତି। ଗତ ରାତିରେ ସେ ଘରୁ ବାହାରି ଆଉ ଫେରିନଥିଲେ।ଆଜି ସକାଳୁ ତାଙ୍କ ମୃତ ଦେହ ମିଳିବା ପରେ ପରିବାର ଲୋକେ ଏହାକୁ ଏକ ହତ୍ୟା ବୋଲି କହିଛନ୍ତି। ତେବେ ହତ୍ୟାର କାରଣ ଲୁଟ ପାଇଁ ନା ପୂର୍ବ ଶତ୍ରୁତା ସେ ନେଇ ପୋଲିସ ତଦନ୍ତ ଆରଂଭ କରିଛି।
Related Posts
ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
5 March 2021