ଚୌଦ୍ବାର ୧୪|୮: ଚୌଦ୍ବାର ନିକଟ ବିରୂପା ନଦୀର ମହିଳାଙ୍କ ଗାଧୁଆ ତୁଠରେ ମୃତଦେହ। ଆଜି ସକାଳୁ ମହିଳାମାନେ ଗାଧୋଇବା ପାଇଁ ଚୌଦ୍ବାର ଲକ୍ ପୋଲ ନିକଟରେ ଥିବା ଗାଧୁଆ ତୁଠକୁ ଗଲା ବେଳେ ଗୋଟିଏ ମୃତଦେହ ଭାସୁଥିବାର ଦେଖି ପଳାଇ ଆସିଥିଲେ। ମୃତଦେହଟି ଜଣେ ପୁରୁଷଙ୍କର ବୋଲି ଜଣାପଡୁଛି। ମୃତଦେହଟି ଫୁଲି ଯାଇଥିବାରୁ ଜଣାପଡୁନି। କେହି ହତ୍ୟା କରି ନଦୀରେ ଫୋପାଡି ଦେଇଛନ୍ତି ନଚେତ୍ ନଦୀରେ ବୁଡି ପ୍ରାଣ ହରାଇବା ପରେ ମୃତଦେହଟି ଭାସି ଏଠାରେ ଲାଗିଥିବାର ସନ୍ଦେହ କରାଯାଉଛି।
ପାଞ୍ଚ ପିଢିର ୭୦ ସଦସ୍ୟ, ପାରମ୍ପାରିକ ପୋଷାକ ପିନ୍ଧି...