ଡମ୍ପିଂୟାର୍ଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | October 15, 2019 IST

ବିଜେପୁର ୧୫।୧୦: ବରଗଡ ଜିଲ୍ଲା ବିଜେପୁର ବାଉଁଶପଲା ଡମ୍ପିଂୟାର୍ଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଗାଇସିଲେଟ୍ ଥାନା ନୂଆପାଲି ଗାଁର ତରଣୀସେନ ମାହାଲା । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଗତ ୩ଦିନ ଧରି ସେ ନିଖୋଜ ଥିଲେ । ତରଣୀସେନ ଗାଇସିଲଟ ବ୍ଲକର କର୍ମଚାରୀ ଥିଲେ ତରଣୀସେନ । ମତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତରଣୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କ ବେକ ରଶିରେ ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.