ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ଏକ ଜମିରୁ ମୃତଦେହ ଉଦ୍ଧାର

Published By : Prameya-News7 Bureau | October 01, 2018 IST

ଗଞ୍ଜାମ ୧/୧୦: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରାଣୀ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ନିକଟରେ ଥିବା ଏକ ଜମିରୁ ଏକ ମୃତଦେହ ମିଳିଛି।ସୂଚନା ଅନୁସାରେ ଆଜି ସକାଳୁ ସ୍ଥାନୀୟ ଲୋକେ ଜମିକୁ ଯାଉଥିବା ସମୟରେ ଏକ ମୃତଦେହକୁ ବିଲରେ ପଡିଥିବାର ଜଣା ପଡିଥିଲା।ମୃତ ଦେହଟି ସେହି ରାଣୀ ଗାଁର କାଳିଆ ଦାସ ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୁଣ୍ଡରେ ଜୋରରେ ଆଘାତ କରି ମୃତ ବ୍ୟକ୍ତିକୁ ବିଲରେ ପକାଇଥିବା ଅନୁମାନ କରାଯାଉଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.