ଅପହରଣ ପରେ ଯୁବକଙ୍କୁ ହତ୍ୟା ଅଭିଯୋଗ : ଜଙ୍ଗଲରୁ ମିଳିଲା ଯୁବକର ମୃତଦେହ

Published By : Prameya-News7 Bureau | December 06, 2018 IST

ଢେଙ୍କାନାଳ ୬/୧୨: ଢେଙ୍କାନାଳରେ ଅପହରଣ ପରେ ଯୁବକଙ୍କୁ ହତ୍ୟା ଅଭିଯୋଗ ହୋଇଛି। ଜଙ୍ଗଲରୁ ଯୁବକର ମୃତଦେହ ଉଦ୍ଧାର ହୋଇଛି। ଢେଙ୍କାନାଳ ସହର ବନମାଳିପ୍ରସାଦ ଜଙ୍ଗଲରୁ ମିଳିଲା ମୃତଦେହ। ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ହେଲେ କଣ୍ଟାନାଳି ଅଞ୍ଚଳର ସଂଗ୍ରାମ ପୃଷ୍ଟି। ୩ ଦିନ ହେଲା ନିଖୋଜ ଥିଲେ ସଂଗ୍ରାମ। ଗତକାଲି ୨ ଲକ୍ଷ ଦେବାକୁ ପରିବାରକୁ ଆସିଥିଲା ଧମକପୂର୍ଣ୍ଣ ଫୋନ୍। ଟାଉନ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.