ହାତଗୋଡ ବନ୍ଧା ଅବସ୍ଥାରେ ଅଖାରୁ ମିଳିଲା ମୃତଦେହ, ହତ୍ୟା ସନ୍ଦେହ
2/06/2019 at 10:43 AM

ଭୁବନେଶ୍ବର ୨|୬: ଭୁବନେଶ୍ବରରୁ ହାତଗୋଡ ବନ୍ଧା ଅବସ୍ଥାରେ ଅଖାରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ କଣ୍ଟିଲୋ ଅଞ୍ଚଳର ଦିଲ୍ଲୀପ ସାହୁ । ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ସିଆରପି ରେଣ୍ଟାଲ କଲୋନୀ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରୁ ମୃତଦେହ ମିଳିଛି । ଅଖାରେ ହାତ ଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିତିଲେ । ପରେ ଘଟଣା ସଂପର୍କରେ ନୟାପଲ୍ଲୀ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ହତ୍ୟା ପରେ କେହି ଦୁର୍ବୃତ୍ତ ମୃତଦେହକୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ ।
Related Posts
କଟକ ଏଆର୍ସିରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି
28 January 2021
ବେଆଇନ ସସ୍ କାରଖାନା ଉପରେ ଚଢାଉ, ଜଣେ ଗିରଫ
28 January 2021
ବେଆଇନ କଫ ସିରପ ଘଟଣାର ପର୍ଦ୍ଦାଫାଶ, ୨ ନିଶା ବେପାରୀ ଗିରଫ
28 January 2021