Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||

ଯାଜପୁର ଶିଳ୍ପାଞ୍ଚଳର ନଗ୍ନ ନମୁନା: ମିଳିଲାନି ଚାରି କାନ୍ଧ ଟଲିରେ ବୁହା ହୋଇଗଲେ ମଶାଣି

24/12/2019 at 8:37 PM

ଯାଜପୁର୨୪/୧୨: ଲକ୍ଷେ କୋଟିର ଶିଳ୍ପାଞ୍ଚଳରେ ଖାଦ୍ୟ ଅଭାବରୁ ଜଣଙ୍କ ଜୀବନ ଗଲା। ଖାଲି ଏତିକି ନୁହେଁ ଶବ ସତ୍କାର ପାଇଁ ଚାରି କାନ୍ଧ ମିଳି ନ ଥିବା ବେଳେ ଗୋଟିଏ ଟଲିରେ ଶବ ବୁହା ହୋଇ ମଶାଣି ଗଲା। ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତିର ମୃତୁ ପରେ ପରିବାରର ଅନ୍ୟ ୭ ଜଣଙ୍କ ଜୀବନ ଏବେ ସଂକଟରେ ପଡିଛି। ସୂଚନା ଅନୁଯାୟୀ ୧୫ବର୍ଷ ତଳେ ମୟୁରଭଞ୍ଜ ଜ଼ିଲ୍ଲାରୁ ନିଜ ପତ୍ନୀ ଝିଅଙ୍କ ସହିତ ଦାନଗଦି ବ୍ଲକ ପଙ୍କପାଳ ପଞ୍ଚାୟତ ବଡ଼ସୁଳିଢ଼ିହ ଗ୍ରାମରେ ରହି ଆସୁଥିଲେ।

ସେ କୁଷ୍ଠ ରୋଗରେ ଆକ୍ରାନ୍ତ ଥିଲେ ବି ଭିକ୍ଷାବୃତ୍ତି କରି ନିଜର ପରିବାରର ଗୁଜୁରାଣ ମେଣ୍ଟାଆନ୍ତି। ଭିକ୍ଷାବୃତ୍ତି କରି ଯାହା ଆଣନ୍ତି ସେଥିରେ ୮ ଜଣ ପ୍ରାଣୀ ଅତି ଦୁଃଖ କଷ୍ଟରେ ଚଳି ଥାଆନ୍ତି। ଏତିକିରେ ବି ତାଙ୍କ ଦୁଃଖ ସରି ନଥିଲା ୨ ବର୍ଷ ପୂର୍ବେ ତାଙ୍କର ଝୁମ୍ପୁଡିଘରଟି ବର୍ଷା ପବନରେ ଭାଙ୍ଗିଯାଇଥିଲା।

କିନ୍ତୁ ପରିବାରର ଗୁଜୁରାଣ ମେଣ୍ଟିବା ସହିତ ପାଞ୍ଚ ଜଣ ନାବାଳକଙ୍କ ଶିକ୍ଷା ଓ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ମଙ୍ଗଳ ଓ ସୁରକ୍ଷା ଅଧିକାରୀଙ୍କୁ ସଚେତନ କରାଯାଇଥିଲା। କିନ୍ତୁ ସମସ୍ତେ ଶୁଣି ମଧ୍ୟ ନିରବ ରହିଥିଲେ। ୫୩ ନମ୍ବର ଜାତୀୟ ରାଜପଥର ବଙ୍ଗଳା ଛକ ଛାତି ଉପର ଦେଇ ପ୍ରତ୍ୟେକ ଦିନ ସରକାରୀ ଓ ବେସରକାରୀ ବାବୁ ଯାଇଥାଆନ୍ତି। ଗରିବଙ୍କ ଦୁଃଖକଷ୍ଟ ଦେଖି ନ ଦେଖିଲା ଭଳି ସରକାରୀବାବୁ ବାଟ ଭାଙ୍ଗି ଚାଲି ଯାଆନ୍ତି।

   Related Posts