ଶବକୁ ମିଳିଲାନି କାନ୍ଧ ; ଟ୍ରଲିରେ ଶବ ଗଲା ଶ୍ମଶାନ

Published By : Prameya-News7 Bureau | February 01, 2019 IST

ରାୟଗଡା ୧|୨: ଶବକୁ ମିଳିଲାନି କାନ୍ଧ । ଶବ ଠେଲାରେ ଗଲା ଶ୍ମଶାନ । ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡାରେ । ୧୨ବର୍ଷୀୟ ପିଣ୍ଟୁ ମହାରଣା ଧନୁଷ୍ଠଙ୍କର ରୋଗରେ ପୀଡିତ ଥିଲେ । ଚିକିତ୍ସିତ ହେଉଥିବାବେଳେ ଆଜି ତାହାର ମୃତ୍ୟୁ ହୋଇଛି । ସେ ନିଜ ମାଆ ଓ ଭଉଣୀଙ୍କ ସହ ରହୁଥିଲେ । ତାଙ୍କ ମାଆ ମୁନିଗୁଡା ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ବେଢା ଝାଡୁ କରି ଗୁଜୁରାଣ ମେଣ୍ଟାଉଥିଲେ । ଆର୍ଥିକ ଅନଟନ ଯୋଗୁଁ କିଛି ଗ୍ରାମବାସୀ ସହାୟତାରେ ଏକ ଟ୍ରଲିରେ ମୁନିଖୋଲ ଶ୍ମଶାନକୁ ନେଇ ସେଠାରେ ଗାତ ଖୋଳି ପୋତାଯାଇଥିବା ଜଣାପଡିଛି । ତେବେ ଶବକୁ କାନ୍ଧରେ ନବୋହି ଅସମ୍ମାନକରି ଠେଲାରେ ବୁହାଯିବା ଘଟଣା ମାନବିକତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.