ଅର୍ଥ ଅଭାବରୁ ୩୦ କି.ମି. ଭାରରେ ବୁହାହେଲା ଶବ

Published By : Prameya-News7 Bureau | November 01, 2019 IST

ମାଲକାନଗିରି ୧।୧୧: ପୁଣି ସାମ୍ନାକୁ ଆସିଛି ଦାରିଦ୍ର୍ୟର ଆଉ ଏକ କରୁଣ କାହାଣୀ । ଅର୍ଥ ଅଭାବରୁ ଦୀର୍ଘ ୩୦ କିଲୋମିଟର ରାସ୍ତା ଭାରରେ ବୁହା ହେଲା ଶବ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ତେମୁରୁପାଲ୍ଲି ଗାଁରେ ।  

{"id":177562}

ସୂଚନାଯୋଗ୍ୟ ଯେ, ତେମୁରୁପାଲ୍ଲି ଗାଁରେ ୩୦ ବର୍ଷୀୟ ମହିଳା ମୁରେ କାଲମାରିଙ୍କୁ ଜ୍ବର ହୋଇଥିଲା । ପରିବାର ଲୋକେ ଚିକିତ୍ସା କରିବା ଲାଗି ମାଥିଲି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ପରିବାର ଲୋକେ ରୋଗୀଙ୍କୁ ମେଡିକାଲରୁ ଗୁଣିଆ ପାଖକୁ ନେଇ ଯାଇଥିଲେ । କିନ୍ତୁ ମହିଳାଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ ଗୁଣିଆ ।

{"id":177563}

ତେବେ ମହିଳାଙ୍କ  ମୃତ୍ୟୁପରେ ଗାଡି ଭଡା କରି ଶବ ଗାଁକୁ ନେବାର ଏହି ଆଦିବାସୀ ପରିବାରଙ୍କ ପାଖରେ ଅର୍ଥ ନଥିଲା । ମୃତ ମହିଳାଙ୍କ ଶବକୁ ଭାରରେ ବୋହି ଦୁଇ ଜଣ ଯୁବକ ରାସ୍ତାରେ ଚାଲୁଥିଲା ବେଳେ ପଛେ ପଛେ କାନ୍ଦି କାନ୍ଦି ଚାଲୁଥିଲେ ସଂପର୍କୀୟ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.